Text copied!
CopyCompare
ଓଡିଆ ବାଇବେଲ - ଲୂକ - ଲୂକ 3

ଲୂକ 3:19-28

Help us?
Click on verse(s) to share them!
19କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ,
20ସେ ତାହାଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ ।
21ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା,
22ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ ।
23ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶି ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
24ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
25ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
26ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
27ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବ୍‌ବାବେଲଙ୍କ ପୁତ୍ର, ଜିରୁବ୍‌ବାବେଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,
28ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ଳଦାନଙ୍କ ପୁତ୍ର, ଏଲ୍ଳଦାନ ଏରଙ୍କ ପୁତ୍ର,

Read ଲୂକ 3ଲୂକ 3
Compare ଲୂକ 3:19-28ଲୂକ 3:19-28