Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ 25

Help us?
Click on verse(s) to share them!
1ଆହୁରି ଆସଫର ଓ ହେମନର ଓ ଯିଦୂଥୂନର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତିମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ୱାରା ଭବିଷ୍ୟଦ୍‍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି।
2ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
3ଯିଦୂଥୂନର କଥା; ଯିଦୂଥୂନର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାଇୟ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
4ହେମନର କଥା; ହେମନର ସନ୍ତାନ ବୁକ୍‍କୀୟ, ମତ୍ତନୀୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍‍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍‍ତି ଓ ରୋମାମ୍‍ତି-ଏଷର୍‍, ଯଶ୍‍ବକାଶା, ମଲ୍ଲୋଥି, ହୋଥୀର୍‍, ମହସୀୟୋତ୍‍;
5ଏସମସ୍ତେ ଶୃଙ୍ଗଧ୍ୱନି କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନକୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ।
6ଏସମସ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍‍ ଓ ହେମନ ରାଜାଜ୍ଞାଧୀନ ଥିଲେ।
7ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏସମସ୍ତେ ଓ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ।
8ଏଉତ୍ତାରେ ସେମାନେ ସାନ ବଡ଼, ଶିକ୍ଷକ, ଛାତ୍ର, ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ।
9ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା; ଦ୍ୱିତୀୟ ଗଦଲୀୟ ପକ୍ଷରେ; ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ ବାର ଜଣ ଥିଲେ।
10ତୃତୀୟ ସକ୍କୁର ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
11ଚତୁର୍ଥ ଯିଷ୍ରି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
12ପଞ୍ଚମ ନଥନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
13ଷଷ୍ଠ ବୁକ୍‍କୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
14ସପ୍ତମ ଯିଶାରେଲା ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
15ଅଷ୍ଟମ ଯିଶାୟାହ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
16ନବମ ମତ୍ତନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ।
17ଦଶମ ଶିମୀୟି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
18ଏକାଦଶ ଅସରେଲ୍‍ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;

19ଦ୍ୱାଦଶ ହଶବୀୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
20ତ୍ରୟୋଦଶ ପାଇଁ ଶବୂୟେଲ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
21ଚତୁର୍ଦ୍ଦଶ ପାଇଁ ମତ୍ତଥୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
22ପଞ୍ଚଦଶ ପାଇଁ ଯେରେମୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
23ଷୋଡ଼ଶ ପାଇଁ ହନାନୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
24ସପ୍ତଦଶ ପାଇଁ ଯଶ୍‍ବକାଶା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
25ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
26ଊନବିଂଶ ପାଇଁ ମଲ୍ଲୋଥି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
27ବିଂଶ ପାଇଁ ଇଲୀୟାଥା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
28ଏକବିଂଶ ପାଇଁ ହୋଥୀର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
29ଦ୍ୱାବିଂଶ ପାଇଁ ଗିଦ୍ଦଲ୍‍ତି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
30ତ୍ରୟୋବିଂଶ ପାଇଁ ମହସୀୟୋତ୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
31ଚତୁର୍ବିଂଶ ପାଇଁ ରୋମାମ୍‍ତି-ଏଷର୍‍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ।