Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ 27

Help us?
Click on verse(s) to share them!
1ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ ସନ୍ତାନଗଣ, ଅର୍ଥାତ୍‍, ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।
2ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍‍ଦୀୟେଲର ପୁତ୍ର ଯାଶ୍‍ବୀୟାମ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
3ସେ ପେରସ ବଂଶୀୟ ଲୋକ, ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା।
4ଦ୍ୱିତୀୟ ମାସର ପାଳି ଉପରେ ଅହୋହୀୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ; ମିକ୍ଲୋତ୍‍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
5ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଯିହୋୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା; ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
6ଏହି ବନାୟ ତିରିଶ ବୀରଙ୍କ ମଧ୍ୟରେ ଗଣିତ ଓ ସେହି ତିରିଶ ଜଣଙ୍କ ଉପରେ ପ୍ରଧାନ ଥିଲା; ଆଉ ତାହାର ପାଳିରେ ତାହାର ପୁତ୍ର ଅମ୍ମୀଷାବଦ୍‍ ଥିଲା।
7ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଯୋୟାବର ଭ୍ରାତା ଅସାହେଲ ଥିଲା ଓ ତାହା ଉତ୍ତାରେ ତାହାର ପୁତ୍ର ସବଦୀୟ; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
8ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଯିଷ୍ରାହୀୟ ଶମ୍ମୋତ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
9ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟୀୟ ଇକ୍‍କେଶର ପୁତ୍ର ଈରା ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
10ସପ୍ତମ ମାସ ନିମନ୍ତେ ସେନାପତି ଇଫ୍ରୟିମ-ବଂଶଜାତ ପଲୋନୀୟ ହେଲସ୍‍ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
11ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ-ବଂଶଜାତ ହୂଶାତୀୟ ସିବ୍ବଖୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
12ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମୀନ୍-ବଂଶଜାତ ଅନାଥୋତୀୟ ଅବୀୟେଷର ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
13ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ-ବଂଶଜାତ ନଟୋଫାତୀୟ ମହରୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
14ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରୟିମ-ବଂଶଜାତ ପିରୀୟାଥୋନୀୟ ବନାୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
15ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନୀୟେଲ-ବଂଶଜାତ ନଟୋଫାତୀୟ ହିଲ୍‍ଦୟ ଥିଲା; ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ।
16ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ; ରୁବେନୀୟମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲୀୟେଜର; ଶିମୀୟୋନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ଶଫଟୀୟ।
17ଲେବୀ-ବଂଶ ମଧ୍ୟରେ କମୂୟେଲର ପୁତ୍ର ହଶବୀୟ; ହାରୋଣ-ବଂଶ ମଧ୍ୟରେ ସାଦୋକ।
18ଯିହୁଦା-ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲୀହୂ; ଇଷାଖର-ବଂଶ ମଧ୍ୟରେ ମୀଖାୟେଲର ପୁତ୍ର ଅମ୍ରି।

19ସବୂଲୂନ-ବଂଶ ମଧ୍ୟରେ ଓବଦୀୟର ପୁତ୍ର ଯିଶ୍ମୟୀୟ; ନପ୍ତାଲି-ବଂଶ ମଧ୍ୟରେ ଅସ୍ରୀୟେଲ୍‍ର ପୁତ୍ର ଯିରେମୋତ୍‍।
20ଇଫ୍ରୟିମ-ସନ୍ତାନଗଣ ମଧ୍ୟରେ ଅସସୀୟର ପୁତ୍ର ହୋଶେୟ; ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ପଦାୟର ପୁତ୍ର ଯୋୟେଲ।
21ଗିଲୀୟଦସ୍ଥ ମନଃଶିର ଅର୍ଦ୍ଧ ବଂଶ ମଧ୍ୟରେ ଜିଖରୀୟର ପୁତ୍ର ଇଦ୍ଦୋ; ବିନ୍ୟାମୀନ୍-ବଂଶ ମଧ୍ୟରେ ଅବ୍‍ନରର ପୁତ୍ର ଯାସୀୟେଲ୍‍।
22ଦାନ୍‍-ବଂଶ ମଧ୍ୟରେ ଯିରୋହମର ପୁତ୍ର ଅସରେଲ୍‍; ଏମାନେ ଇସ୍ରାଏଲର ବଂଶାଧ୍ୟକ୍ଷ ଥିଲେ।
23ମାତ୍ର ଦାଉଦ କୋଡ଼ିଏ ବର୍ଷ ଓ ତହିଁରୁ ନ୍ୟୂନ ବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ। କାରଣ ସଦାପ୍ରଭୁ ଆକାଶମଣ୍ଡଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁସଂଖ୍ୟକ କରିବେ ବୋଲି କହିଥିଲେ।
24ସରୁୟାର ପୁତ୍ର ଯୋୟାବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ; କାରଣ, ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା; ପୁଣି, ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ।
25ଆଉ, ଅଦୀୟେଲର ପୁତ୍ର ଅସ୍ମାବତ୍‍ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି, ଉଷୀୟର ପୁତ୍ର ଯୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାରସବୁର ଅଧ୍ୟକ୍ଷ ଥିଲା।
26ଆଉ କଲୂବର ପୁତ୍ର ଇଷ୍ରି କୃଷିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା।
27ରାମାଥୀୟ ଶିମୀୟି ଦ୍ରାକ୍ଷାକ୍ଷେତ୍ରସକଳର ଅଧ୍ୟକ୍ଷ ଓ ଶିଫ୍‍ମୀୟ ସବ୍‍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
28ପୁଣି, ଗାଦେରୀୟ ବାଲ୍‍ହାନନ୍‍ ତଳଭୂମିସ୍ଥିତ ଜୀତବୃକ୍ଷ ଓ ଡିମ୍ବିରି ବୃକ୍ଷସବୁର ଅଧ୍ୟକ୍ଷ ଓ ଯୋୟାଶ୍‍ ତୈଳ-ଭଣ୍ଡାରର ଅଧ୍ୟକ୍ଷ ଥିଲା।
29ଆଉ ଶାରୋଣୀୟ ସିଟ୍ରୟ ଶାରୋଣରେ ଚରିବା ପଶୁପଲର ଅଧ୍ୟକ୍ଷ; ପୁଣି, ଅଦ୍‍ଲୟର ପୁତ୍ର ଶାଫଟ୍‍ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା।
30ଇଶ୍ମାୟେଲୀୟ ଓବୀଲ୍‍ ଉଷ୍ଟ୍ରଗଣର ଅଧ୍ୟକ୍ଷ ଓ ମେରୋଣୋଥୀୟ ଯେହଦୀୟ ଗର୍ଦ୍ଦଭୀଗଣର ଅଧ୍ୟକ୍ଷ ଥିଲା।
31ହାଗରୀୟ ଯାଷୀଷ୍‍ ସବୁ ମେଷପଲର ଅଧ୍ୟକ୍ଷ ଥିଲା; ଏସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ।
32ଆହୁରି ଦାଉଦଙ୍କର ପିତୃବ୍ୟ ଯୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ। ଆଉ ହକ୍‍ମୋନୀୟର ପୁତ୍ର ଯିହୀୟେଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା।
33ଅହୀଥୋଫଲ ରାଜମନ୍ତ୍ରୀ ଓ ଅର୍କୀୟ ହୂଶୟ ରାଜମିତ୍ର ଥିଲା।
34ଆଉ ଅହୀଥୋଫଲ ଉତ୍ତାରେ ବନାୟର ପୁତ୍ର ଯିହୋୟାଦା ଓ ଅବୀୟାଥର ଥିଲେ; ପୁଣି, ଯୋୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା।