Text copied!
CopyCompare
ଓଡିଆ ବାଇବେଲ - ଯିହୋଶୂୟ - ଯିହୋଶୂୟ 21

ଯିହୋଶୂୟ 21:3-12

Help us?
Click on verse(s) to share them!
3ତହିଁରେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ଅଧିକାର ମଧ୍ୟରୁ ଲେବୀୟ ଲୋକମାନଙ୍କୁ ଏହି ନଗର ସମୁହ ଓ ତହିଁର ତଳିଭୂମି ଦେଲେ।
4ତହୁଁ କହାତୀୟ ବଂଶ ନିମନ୍ତେ ବାଣ୍ଟ ଉଠିଲା, ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଯିହୁଦା ବଂଶ ଓ ଶିମୀୟୋନ ବଂଶ ଓ ବିନ୍ୟାମୀନ୍ ବଂଶରୁ ତେର ନଗର ପାଇଲେ।
5ପୁଣି କହାତର ଅବଶିଷ୍ଟ ସନ୍ତାନମାନେ ଗୁଲିବାଣ୍ଟ ଦ୍ୱାରା ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନ୍ ବଂଶ ଓ ମନଃଶିର ଅର୍ଦ୍ଧ ବଂଶରୁ ଦଶ ନଗର ପାଇଲେ।
6ପୁଣି ଗେର୍ଶୋନର ସନ୍ତାନଗଣ ଗୁଲିବାଣ୍ଟ ଦ୍ୱାରା ଇଷାଖର ବଂଶର ସମସ୍ତ ବଂଶରୁ ଓ ଆଶେର ବଂଶ ଓ ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେର ନଗର ପାଇଲେ।
7ଆଉ ମରାରି-ସନ୍ତାନଗଣ ଆପଣା ଆପଣା ବଂଶାନୁସାରେ ରୁବେନ୍‍ ବଂଶ ଓ ଗାଦ୍‍ ବଂଶ ଓ ସବୂଲୂନ ବଂଶରୁ ବାର ନଗର ପାଇଲେ।
8ଏହିରୂପେ ଇସ୍ରାଏଲ ସନ୍ତାନଗଣ, ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ ଆଜ୍ଞା ଦେଇଥିଲେ, ତଦନୁସାରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳିଭୂମି ଦେଲେ।
9ଆହୁରି ସେମାନେ ଯିହୁଦା-ସନ୍ତାନଗଣର ବଂଶରୁ ଓ ଶିମୀୟୋନ-ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ, ଏଠାରେ ସେସବୁର ନାମ ଲିଖିତ ଅଛି।
10ସେସବୁ ନଗର ଲେବୀ-ସନ୍ତାନ କହାତ ବଂଶୀୟ ହାରୋଣ-ସନ୍ତାନମାନଙ୍କର ହେଲା; କାରଣ ସେମାନଙ୍କର ପ୍ରଥମ ବାଣ୍ଟ ଥିଲା।
11ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥିତ ତଳିଭୂମି ଦେଲେ, (ଏହାକୁ ହିବ୍ରୋଣ କହନ୍ତି); ଅର୍ବ ଅନାକର ପିତା ଥିଲା।
12ମାତ୍ର ସେହି ନଗରର କ୍ଷେତ୍ର ଓ ତହିଁର ଗ୍ରାମମାନ ଅଧିକାର କରିବା ପାଇଁ ସେମାନେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦେଲେ।

Read ଯିହୋଶୂୟ 21ଯିହୋଶୂୟ 21
Compare ଯିହୋଶୂୟ 21:3-12ଯିହୋଶୂୟ 21:3-12