18ପୁଣି, ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ, ଏପରି ସେୟୀର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ।
19ପୁଣି, ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।”
20ଏଉତ୍ତାରେ ସେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା; ମାତ୍ର ତାହାର ଶେଷାବସ୍ଥା ବିନାଶରେ ଉପସ୍ଥିତ ହେବ।”
21ତହୁଁ ସେ କେନୀୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ।”
22ତଥାପି କେନୀୟ କ୍ଷୟପ୍ରାପ୍ତ ହେବ, ଶେଷରେ ଅଶୂର ତୁମ୍ଭକୁ ବନ୍ଦୀ କରି ନେଇ ଯିବ।
23ଏଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ, ସେତେବେଳେ କିଏ ବଞ୍ଚିବ ?”
24ମାତ୍ର କିତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଦୁଃଖ ଦେବେ, ଆଉ ଏବରକୁ ଦୁଃଖ ଦେବେ, ପୁଣି, ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ।