Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 17

ପ୍ରଥମ ରାଜାବଳୀ 17:3-11

Help us?
Click on verse(s) to share them!
3ଯଥା, ତୁମ୍ଭେ ଏଠାରୁ ଯାଇ ପୂର୍ବଦିଗକୁ ଫେରି ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍‍ ନଦୀ ନିକଟରେ ଆପଣାକୁ ଲୁଚାଅ।
4ସେସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ।
5ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ; ସେ ଯର୍ଦ୍ଦନ-ସମ୍ମୁଖସ୍ଥ କରୀତ୍‍ ନଦୀ ନିକଟକୁ ଯାଇ ବାସ କଲେ।
6ପୁଣି, କାକମାନେ ପ୍ରାତଃକାଳରେ ରୁଟି ଓ ମାଂସ, ପୁଣି, ସନ୍ଧ୍ୟା ବେଳେ ରୁଟି ଓ ମାଂସ ତାଙ୍କ ପାଇଁ ଆଣିଲେ; ଆଉ ସେ ନଦୀରୁ ପାନ କଲେ।
7ପୁଣି, ଦେଶରେ ବୃଷ୍ଟି ନୋହିବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା।
8ଏଥିଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
9ଯଥା, ଉଠ, ସୀଦୋନର ସାରିଫତ୍‍କୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀକୁ ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ।
10ତହିଁରେ ସେ ଉଠି ସାରିଫତ୍‍କୁ ଗଲେ ଓ ସେ ନଗର ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଣ୍ଟୁଅଛି; ତହୁଁ ସେ ତାହାକୁ ଡାକି କହିଲେ, “ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି।”
11ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବା ବେଳେ ସେ ତାହାକୁ ପୁନର୍ବାର ଡାକି କହିଲେ, “ବିନୟ କରୁଅଛି, ମୋ’ ପାଇଁ ଖଣ୍ଡେ ରୁଟି ହାତରେ ଆଣ।”

Read ପ୍ରଥମ ରାଜାବଳୀ 17ପ୍ରଥମ ରାଜାବଳୀ 17
Compare ପ୍ରଥମ ରାଜାବଳୀ 17:3-11ପ୍ରଥମ ରାଜାବଳୀ 17:3-11