Text copied!
CopyCompare
ଓଡିଆ ବାଇବେଲ - ଦ୍ୱିତୀୟ ରାଜାବଳୀ - ଦ୍ୱିତୀୟ ରାଜାବଳୀ 13

ଦ୍ୱିତୀୟ ରାଜାବଳୀ 13:2-10

Help us?
Click on verse(s) to share them!
2ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ; ଯିହୋୟାହସ୍‍ ତହିଁରୁ ବିମୁଖ ହେଲେ ନାହିଁ।
3ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍‍ହଦଦ୍‍ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ।
4ପୁଣି ଯିହୋୟାହସ୍‍ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ, ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ; କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଅତ୍ୟାଚାର କଲା, ସେମାନଙ୍କର ସେହି ଅତ୍ୟାଚାର ସେ ଦେଖିଲେ।
5ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ୱାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍‍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା।
6ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ; ପୁଣି ଇସ୍ରାଏଲ ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ।
7ତଥାପି ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ବଂଶର ସେହିସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ। ପୁଣି ଶମରୀୟାରେ ଆଶେରା ମୂର୍ତ୍ତି ମଧ୍ୟ ରହିଲା।
8ଏହି ଯିହୋୟାହସ୍‍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କ’ଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?
9ଏଥିଉତ୍ତାରେ ଯିହୋୟାହସ୍‍ଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ, ପୁଣି ତାଙ୍କର ପୁତ୍ର ଯୋୟାଶ୍‍ ତାଙ୍କର ପଦରେ ରାଜ୍ୟ କଲେ।
10ଯିହୁଦାର ଯୋୟାଶ୍‍ ରାଜାଙ୍କ ରାଜତ୍ଵର ସଇଁତିରିଶ ବର୍ଷରେ ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ ଇସ୍ରାଏଲ ଉପରେ ଶମରୀୟାରେ ରାଜତ୍ଵ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ।

Read ଦ୍ୱିତୀୟ ରାଜାବଳୀ 13ଦ୍ୱିତୀୟ ରାଜାବଳୀ 13
Compare ଦ୍ୱିତୀୟ ରାଜାବଳୀ 13:2-10ଦ୍ୱିତୀୟ ରାଜାବଳୀ 13:2-10