Text copied!
CopyCompare
ଓଡିଆ ବାଇବେଲ - ଦାନିୟେଲ - ଦାନିୟେଲ 6

ଦାନିୟେଲ 6:6-10

Help us?
Click on verse(s) to share them!
6ଏଥିରେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନେ ରାଜା ନିକଟରେ ଏକତ୍ର ହୋଇ ତାହାକୁ ଏହି ପ୍ରକାର କହିଲେ, ମହାରାଜ ଦାରୀୟାବସ, ଚିରଜୀବୀ ହେଉନ୍ତୁ।
7ରାଜ୍ୟର ଅଧ୍ୟକ୍ଷଗଣ, ରାଜପ୍ରତିନିଧିଗଣ ଓ କ୍ଷିତିପାଳଗଣ, ମନ୍ତ୍ରୀ ଓ ଦେଶାଧ୍ୟକ୍ଷଗଣ ସମସ୍ତେ ଏକତ୍ର ମନ୍ତ୍ରଣା କରି ଏପରି ଏକ ରାଜାଜ୍ଞା ଓ ଦୃଢ଼ ନିଷେଧ-ବିଧି ସ୍ଥାପନ କରିବାକୁ ବିଚାର କରିଅଛନ୍ତି ଯେ, ଯଦି କେହି ତିରିଶ ଦିନ ପର୍ଯ୍ୟନ୍ତ ମହାରାଜାଙ୍କ ବିନା କୌଣସି ଦେବତା କିଅବା ମନୁଷ୍ୟର ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ।
8ଏବେ ହେ ମହାରାଜ, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ-ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।
9ଏଣୁ ରାଜା ଦାରୀୟାବସ ସେହି ଲେଖା ଓ ନିଷେଧ- ବିଧିରେ ସ୍ୱାକ୍ଷର କଲା।
10ଏଥିଉତ୍ତାରେ ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିୟେଲ ଆପଣା ଗୃହକୁ ଗଲେ; ତାଙ୍କ କୋଠରିର ଝରକା ଯିରୂଶାଲମ ଆଡ଼େ ମେଲା ଥିଲା; ପୁଣି, ସେ ପୂର୍ବେ ଯେପରି କରିଥାଆନ୍ତି, ତଦନୁସାରେ ଦିନ ମଧ୍ୟରେ ତିନି ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ।

Read ଦାନିୟେଲ 6ଦାନିୟେଲ 6
Compare ଦାନିୟେଲ 6:6-10ଦାନିୟେଲ 6:6-10