46ଏହିସବୁ ଗଣିତ ଲୋକମାନଙ୍କ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ଜଣ ହେଲା।
47ମାତ୍ର ଲେବୀୟମାନେ ଆପଣା ପିତୃବଂଶାନୁସାରେ ସେମାନଙ୍କ ମଧ୍ୟରେ ଗଣା ଗଲେ ନାହିଁ।
48କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ,
49ତୁମ୍ଭେ କେବଳ ଲେବୀୟ ବଂଶର ଗଣନା କରିବ ନାହିଁ, କିଅବା ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କର ସଂଖ୍ୟା ନେବ ନାହିଁ;
50ମାତ୍ର ତୁମ୍ଭେ ସାକ୍ଷ୍ୟର ଆବାସ, ତହିଁର ସକଳ ଦ୍ରବ୍ୟ ଓ ତତ୍ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ।
51ପୁଣି, ଆବାସ ଆଗକୁ ଯିବା ସମୟରେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ସମୟରେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ ବଂଶୀୟ ଲୋକ ତାହା ନିକଟକୁ ଗଲେ, ତାହାର ପ୍ରାଣଦଣ୍ଡ ହେବ।
52ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ସୈନ୍ୟାନୁସାରେ ଆପଣା ଆପଣା ଛାଉଣିରେ ଆପଣା ଆପଣା ଧ୍ୱଜା ନିକଟରେ ତମ୍ବୁ ସ୍ଥାପନ କରିବେ।
53ମାତ୍ର ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ-ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ; ପୁଣି, ଲେବୀୟମାନେ ସାକ୍ଷ୍ୟ-ଆବାସ ରକ୍ଷା କରିବେ।