Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10:12-19

Help us?
Click on verse(s) to share them!
12ତହିଁରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି, ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।
13ଆଉ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
14ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।
15ଆଉ ସୂୟାରର ପୁତ୍ର ନଥନେଲ, ଇଷାଖର ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
16ଆଉ ହେଲୋନର ପୁତ୍ର ଇଲୀୟାବ୍‍, ସବୂଲୂନ ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
17ଏଉତ୍ତାରେ ଆବାସ ଭଙ୍ଗାଯା’ନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବୋହି ଅଗ୍ରସର ହେଲେ।
18ତହୁଁ ରୁବେନ୍‍-ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କ ସୈନ୍ୟ ଉପରେ ଥିଲା।
19ଆଉ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10:12-19ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10:12-19