Text copied!
CopyCompare
ଓଡିଆ ବାଇବେଲ - ପ୍ରେରିତ - ପ୍ରେରିତ 2

ପ୍ରେରିତ 2:29-45

Help us?
Click on verse(s) to share them!
29ହେ ଭାଇମାନେ, ପିତୃକୁଳପତି ଦାଉଦଙ୍କ ବିଷୟରେ ମୁଁ ଆପଣମାନଙ୍କୁ ମୁକ୍ତ କଣ୍ଠରେ କହିପାରେ ଯେ, ସେ ମଲେ, ପୁଣି, ସମାଧିପ୍ରାପ୍ତ ହେଲେ, ଆଉ ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ମଧ୍ୟରେ ଅଛି ।
30ରାଜା ଦାଉଦ ଜଣେ ଭାବବାଦୀ ଭାବରେ ତାହାଙ୍କର ଔରସଜାତ ଜଣଙ୍କୁ ତାଙ୍କ ସିଂହାସନରେ ରାଜା କରି ବସାଇବା ପାଇଁ ପରମେଶ୍ୱର ତାକୁ ପ୍ରତିଜ୍ଞା କରିଥିଲେ ବୋଲି ଜାଣିଥିଲେ ।
31ଏହା ଜାଣିବାରୁ ସେ ଭବିଷ୍ୟଦ ଦର୍ଶନ ଦ୍ୱାରା ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟରେ କହିଥିଲେ, କାରଣ ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିଅବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ ।
32ଏହି ଯୀଶୁଙ୍କୁ ଈଶ୍ୱର ଉଠାଇଅଛନ୍ତି, ସେହି ବିଷୟରେ ଅମ୍ଭେମାନେ ସମସ୍ତେ ସାକ୍ଷୀ ।
33ଅତଏବ, ଈଶ୍ୱର ଯୀଶୁଙ୍କୁ ଉନ୍ନତ କରି ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ବସାଇ ତାହାଙ୍କ ସହିତ ରାଜତ୍ୱ କରିବାକୁ ଅଧିକାର ଦେଲେ, ଏବଂ ସେ ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦେଲେ ଯାହାଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ।
34କାରଣ ଦାଉଦ ସ୍ୱର୍ଗାରୋହଣ କରି ନ ଥିଲେ, କିନ୍ତୁ ସେ ନିଜେ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ,
35ଅାମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ "ଆମ୍ଭର ଦକ୍ଷିଣରେ ବସିଥାଅ" ।
36ଅତଏବ, ସମସ୍ତ ଇସ୍ରାଏଲକୂଳ ନିଶ୍ଚୟ ଜାଣନ୍ତୁ ଯେ, ଯେଉଁ ଯୀଶୁଙ୍କୁ ଆପଣମାନ କ୍ରୁଶରେ ବଧ କଲେ, ତାହାଙ୍କୁ ଈଶ୍ୱର, ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି ।
37ଏହି କଥା ଶୁଣି ସେମାନଙ୍କର ହୃଦୟ ବିଦୀର୍ଣ୍ଣ ହୋଇଗଲା, ପୁଣି, ସେମାନେ ପିତର ଓ ଅବଶିଷ୍ଟ ପ୍ରେରିତମାନଙ୍କୁ କହିଲେ,ଭାଇମାନେ, ଆମ୍ଭେମାନେ କ'ଣ କରିବା ?
38ସେଥିରେ ପିତର ସେମାନଙ୍କୁ କହିଲେ, ଆପଣମାନେ ମନ ପରିବର୍ତ୍ତନ କରନ୍ତୁ, ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ; ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ ।
39କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ ।
40ପୁଣି, ଅନ୍ୟାନ୍ୟ ଅନେକ କଥା ଦ୍ୱାରା ସେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ସେମାନଙ୍କୁ ଉପଦେଶ ଦେଇ କହିଲେ, "ଏହି କୁଟିଳ ବଂଶଠାରୁ ଆପଣମାନେ ରକ୍ଷା ପ୍ରାପ୍ତ ହେଉନ୍ତୁ" ।
41ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ, ସେମାନେ ବାପ୍ତିଜିତ ହେଲେ, ଆଉ ସେହି ଦିନ ପ୍ରାୟ ତିନି ସହସ୍ର ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ ।
42ସେମାନେ ପ୍ରେରିତମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ ।
43ଆଉ, ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ; ପ୍ରେରିତମାନଙ୍କ ଦ୍ୱାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲା ।
44ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ ।
45ପୁଣି, ସେମାନେ ଆପଣା ଆପଣା ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି, ଯାହାର ଯେପରି ପ୍ରୟୋଜନ ସେହି ଅନୁସାରେ ସମସ୍ତଙ୍କୁ ବାଣ୍ଟିଦେବାକୁ ଲାଗିଲେ ।

Read ପ୍ରେରିତ 2ପ୍ରେରିତ 2
Compare ପ୍ରେରିତ 2:29-45ପ୍ରେରିତ 2:29-45