Text copied!
CopyCompare
ଓଡିଆ ବାଇବେଲ - ଦ୍ୱିତୀୟ ରାଜାବଳୀ - ଦ୍ୱିତୀୟ ରାଜାବଳୀ 10

ଦ୍ୱିତୀୟ ରାଜାବଳୀ 10:29-35

Help us?
Click on verse(s) to share them!
29ତଥାପି ବେଥେଲ୍‍ ଓ ଦାନ୍‍ରେ ଥିବା ଯେଉଁ ସୁବର୍ଣ୍ଣ ଗୋବତ୍ସ ଦ୍ୱାରା ନବାଟର ପୁତ୍ର ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ଯେହୂ ତାଙ୍କର ସେହି ପାପାନୁଗମନ ତ୍ୟାଗ କଲେ ନାହିଁ।
30ଏଥିଉତ୍ତାରେ ସଦାପ୍ରଭୁ ଯେହୂଙ୍କୁ କହିଲେ, “ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ, ତାହା ସାଧନ କରି ତୁମ୍ଭେ ଭଲ କରିଅଛ ଓ ଆମ୍ଭ ମନରେ ଯାହା ଯାହା ଥିଲା, ତଦନୁସାରେ ତୁମ୍ଭେ ଆହାବ ବଂଶ ପ୍ରତି କରିଅଛ, ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ସନ୍ତାନମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।”
31ତଥାପି ଯେହୂ ଆପଣାର ସର୍ବାନ୍ତଃକରଣ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବ୍ୟବସ୍ଥାନୁସାରେ ଚାଲିବାକୁ କିଛି ମନୋଯୋଗ କଲେ ନାହିଁ; ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲେ, ତାଙ୍କର ସେହି ପାପ ସେ ପରିତ୍ୟାଗ କଲେ ନାହିଁ।
32ସେସମୟରେ ସଦାପ୍ରଭୁ ଇସ୍ରାଏଲକୁ ଊଣା କରିବାକୁ ଲାଗିଲେ; ପୁଣି ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ଆଘାତ କଲା;
33ଯର୍ଦ୍ଦନଠାରୁ ପୂର୍ବଦିଗରେ ସମସ୍ତ ଗିଲୀୟଦ ଦେଶ, ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଗାଦ୍‍ ଓ ରୁବେନ୍‍ ଓ ମନଃଶି ବଂଶୀୟ ଲୋକମାନଙ୍କ ଦେଶ, ଅର୍ଥାତ୍‍, ଗିଲୀୟଦ ଓ ବାଶନକୁ ଆଘାତ କଲା।
34ଯେହୂଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ସମସ୍ତ ପରାକ୍ରମ କ’ଣ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?
35ପୁଣି ଯେହୂଙ୍କ ମୃତ୍ୟୁ ପରେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ। ତହିଁ ଉତ୍ତାରେ ତାଙ୍କର ପୁତ୍ର ଯିହୋୟାହସ୍‍ ତାଙ୍କ ପଦରେ ରାଜ୍ୟ କଲେ।

Read ଦ୍ୱିତୀୟ ରାଜାବଳୀ 10ଦ୍ୱିତୀୟ ରାଜାବଳୀ 10
Compare ଦ୍ୱିତୀୟ ରାଜାବଳୀ 10:29-35ଦ୍ୱିତୀୟ ରାଜାବଳୀ 10:29-35