Text copied!
CopyCompare
ଓଡିଆ ବାଇବେଲ - ଯିହୋଶୂୟ - ଯିହୋଶୂୟ 8

ଯିହୋଶୂୟ 8:3-11

Help us?
Click on verse(s) to share them!
3ତହୁଁ ଯିହୋଶୂୟ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେ; ପୁଣି ଯିହୋଶୂୟ ତିରିଶ ହଜାର ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ।
4ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଦେଖ, ତୁମ୍ଭେମାନେ ନଗର ପ୍ରତିକୂଳରେ ନଗରର ପଛଭାଗରେ ଗୋପନରେ ରହିବ; ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ।
5ତହିଁ ଉତ୍ତାରେ ମୁଁ ଓ ମୋର ସଙ୍ଗୀ ସମସ୍ତ ଲୋକ ନଗର ନିକଟକୁ ଯିବୁ, ତହିଁରେ ଯେତେବେଳେ ସେମାନେ ପୂର୍ବ ପରି ଆମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିବେ, ସେତେବେଳେ ଆମ୍ଭେମାନେ ସେମାନଙ୍କ ଆଗରୁ ପଳାଇବୁ।
6ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ;
7ତହୁଁ ତୁମ୍ଭେମାନେ ଗୋପନ-ସ୍ଥାନରୁ ଉଠି ନଗର ଅଧିକାର କରିବ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
8ତୁମ୍ଭେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ; ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ; ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି।
9ଏରୂପେ ଯିହୋଶୂୟ ସେମାନଙ୍କୁ ପ୍ରେରଣ କଲେ; ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବେଥେଲ୍‍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ; ମାତ୍ର ଯିହୋଶୂୟ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ।
10ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ, ତହିଁ ଉତ୍ତାରେ ସେ ଓ ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ।
11ପୁଣି ତାଙ୍କର ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେ ଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେ; ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା।

Read ଯିହୋଶୂୟ 8ଯିହୋଶୂୟ 8
Compare ଯିହୋଶୂୟ 8:3-11ଯିହୋଶୂୟ 8:3-11