Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:50-59

Help us?
Click on verse(s) to share them!
50ତହିଁରେ ଯାଜକ ସେହି ଦାଗ ଦେଖିବ, ପୁଣି ଯେଉଁଥିରେ ସେହି ଦାଗ ଥାଏ, ତାହା ସାତ ଦିନ ବନ୍ଦ କରି ରଖିବ।
51ତହୁଁ ସେ ସପ୍ତମ ଦିନରେ ସେହି ଦାଗ ଦେଖିବ; ଯଦି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମରେ, ଯେକୌଣସି ଚର୍ମ ନିର୍ମିତ ବସ୍ତୁରେ ଯଦି ସେହି ଦାଗ ବଢ଼ିଥାଏ, ତେବେ ତାହା କ୍ଷୟ କୁଷ୍ଠରୋଗ; ତାହା ଅଶୁଚି ଅଟେ।
52ଏଣୁ ବସ୍ତ୍ରରେ ଅବା ଲୋମ ନିର୍ମିତ କି ମସିନା ନିର୍ମିତ ଟାଣୀରେ କି ପଡୀୟାଣରେ କି ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ସେହି ଦାଗ ଥାଏ, ତାହା ସେ ଦଗ୍ଧ କରିବ; କାରଣ ତାହା କ୍ଷୟ କୁଷ୍ଠରୋଗ; ତାହା ଅଗ୍ନିରେ ଦଗ୍ଧ ହେବ।
53ମାତ୍ର ଯାଜକ ତାହା ଦେଖନ୍ତେ, ଯଦି, ସେହି ଦାଗ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ବଢ଼ି ନ ଥାଏ;
54ତେବେ ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟ ଧୋଇବାକୁ ଆଜ୍ଞା ଦେବ, ପୁଣି ସେ ଆଉ ସାତ ଦିନ ପର୍ଯ୍ୟନ୍ତ ତାହା ପୃଥକ୍ କରି ରଖିବ;
55ଆଉ ସେହି ଦାଗ ଧୁଆଗଲା ଉତ୍ତାରେ ଯାଜକ ତାହା ଦେଖିବ; ପୁଣି, ଯଦି ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି ଅଟେ; ତୁମ୍ଭେ ତାହା ଅଗ୍ନିରେ ଦଗ୍ଧ କରିବ; କାରଣ ସେହି ଦାଗ ଭିତରେ ଥାଉ କି ବାହାରେ ଥାଉ, ତାହା କ୍ଷୟକାରକ।
56ମାତ୍ର ଧୁଆଗଲା ଉତ୍ତାରେ ଯାଜକ ଦେଖନ୍ତେ, ଯଦି, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ କିଅବା ଟାଣୀରୁ କି ପଡୀୟାଣରୁ ତାହା ଚିରି ପକାଇବ।
57ତଥାପି ଯଦି ସେହି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ତାହା ଦେଖାଯାଏ, ତେବେ ତାହା ବଢ଼ୁଅଛି; ଯହିଁରେ ସେହି ଦାଗ ଥାଏ, ତାହା ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ।
58ପୁଣି ଯେଉଁ ବସ୍ତ୍ର କି ଟାଣୀ କି ପଡୀୟାଣ କି ଚର୍ମ ନିର୍ମିତ କୌଣସି ଦ୍ରବ୍ୟ ଧୌତ କରିବ, ତହିଁରୁ ଯଦି ସେହି ଦାଗ ଯାଏ, ତେବେ ଦ୍ୱିତୀୟ ଥର ତାହା ଧୁଆଯିବ; ତହିଁରେ ତାହା ଶୁଚି ହେବ।
59ଲୋମ କି ମସିନା ନିର୍ମିତ ବସ୍ତ୍ରର କିଅବା ଟାଣୀର କି ପଡୀୟାଣର କିଅବା ଚର୍ମ ନିର୍ମିତ କୌଣସି ଦ୍ରବ୍ୟର କୁଷ୍ଠରୋଗର ଦାଗ ବିଷୟରେ ଶୁଚି ବୋଲି ପ୍ରକାଶ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହି।”

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:50-59ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 13:50-59