Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10:1-4

Help us?
Click on verse(s) to share them!
1ଏଥିଉତ୍ତାରେ ହାରୋଣଙ୍କର ପୁତ୍ର ନାଦବ ଓ ଅବୀହୂ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ଧୂପ ରଖିଲେ; ପୁଣି ସଦାପ୍ରଭୁ ଯାହା ଆଜ୍ଞା କରି ନ ଥିଲେ, ଏପରି ଭିନ୍ନ ଇତର ଅଗ୍ନି ତାହାଙ୍କ ଛାମୁରେ ଉତ୍ସର୍ଗ କଲେ।
2ତହିଁରେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।
3ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।” ତହିଁରେ ହାରୋଣ ମୌନ ହେଲେ।
4ଏଥିଉତ୍ତାରେ ମୋଶା ହାରୋଣଙ୍କର କକା ଉଷୀୟେଲର ପୁତ୍ର ମୀଶାୟେଲକୁ ଓ ଇଲୀଷାଫନକୁ ଡାକି କହିଲେ, “ନିକଟକୁ ଆସି ଆପଣା ଭାଇମାନଙ୍କୁ ପବିତ୍ର ସ୍ଥାନର ସମ୍ମୁଖରୁ ଛାଉଣିର ବାହାରକୁ ନେଇଯାଅ।”

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10:1-4ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 10:1-4