Text copied!
CopyCompare
ଓଡିଆ ବାଇବେଲ - ହିତୋପଦେଶ - ହିତୋପଦେଶ 20

ହିତୋପଦେଶ 20:16-27

Help us?
Click on verse(s) to share them!
16ଅପରିଚିତ ଲୋକ ପାଇଁ ଯେ ଲଗା ହୁଏ, ତାହାର ବସ୍ତ୍ର ନିଅ; ପୁଣି, ଯେକେହି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ୍‍ ହୁଏ, ତାହାକୁ ବନ୍ଧକ ରଖ।
17ମିଥ୍ୟା ଅର୍ଜିତ ଆହାର ମନୁଷ୍ୟକୁ ମିଷ୍ଟ ଲାଗେ; ମାତ୍ର ପଛେ ତାହାର ମୁଖ ଗୋଡ଼ିରେ ପୂର୍ଣ୍ଣ ହେବ।
18ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ; ପୁଣି, ତୁମ୍ଭେ ଭଲ ପରାମର୍ଶ ଘେନି ଯୁଦ୍ଧ କର।
19ଯେ ଖଚୁଆ ହୋଇ ବୁଲେ, ସେ ଗୁପ୍ତ କଥା ପ୍ରକାଶ କରେ; ଏନିମନ୍ତେ ଯେ ଆପଣା ଓଷ୍ଠ ଖୋଲା ରଖେ, ତାହା ସଙ୍ଗରେ ବ୍ୟବହାର କର ନାହିଁ।
20ଯେ ଆପଣା ପିତା କି ଆପଣା ମାତାକୁ ଅଭିଶାପ ଦିଏ, ଘୋର ଅନ୍ଧାରରେ ତାହାର ପ୍ରଦୀପ ନିଭାଯିବ।
21ପ୍ରଥମରେ କୌଣସି ଅଧିକାର ହଠାତ୍‍ ମିଳିପାରେ; ମାତ୍ର ତହିଁର ଶେଷ ଆଶୀର୍ବାଦଯୁକ୍ତ ହେବ ନାହିଁ।
22ଆମ୍ଭେ ଅନିଷ୍ଟର ପ୍ରତିଫଳ ଦେବା, ତୁମ୍ଭେ ଏପରି କଥା କୁହ ନାହିଁ, ସଦାପ୍ରଭୁଙ୍କଠାରେ ଅନୁସରଣ କର, ସେ ତୁମ୍ଭକୁ ଉଦ୍ଧାର କରିବେ।
23ନାନା ପ୍ରକାର ବଟଖରା ସଦାପ୍ରଭୁଙ୍କ ଘୃଣାର ବିଷୟ, ପୁଣି, ଅଯଥାର୍ଥ ଦଣ୍ଡି ଭଲ ନୁହେଁ।
24ସଦାପ୍ରଭୁଙ୍କଠାରୁ ମନୁଷ୍ୟର ପାଦଗତି ହୁଏ; ତେଣୁ ମନୁଷ୍ୟ ଆପଣା ବାଟ କିପରି ବୁଝିପାରିବ ?
25ଏହା ପବିତ୍ର ବୋଲି ହଠାତ୍‍ କହିବାର ଓ ମାନତ କଲା ଉତ୍ତାରେ ବିଚାର କରିବାର, ମନୁଷ୍ୟ ପ୍ରତି ଫାନ୍ଦ ସ୍ୱରୂପ।
26ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ପାଛୁଡ଼ି ପକାଇ ସେମାନଙ୍କ ଉପରେ ଚକ୍ର ବୁଲାଏ।
27ମନୁଷ୍ୟର ଆତ୍ମା ସଦାପ୍ରଭୁଙ୍କର ପ୍ରଦୀପ, ତାହା ଅନ୍ତରାଳୟସ୍ଥ ସବୁ ବିଷୟ ଅନୁସନ୍ଧାନ କରେ।

Read ହିତୋପଦେଶ 20ହିତୋପଦେଶ 20
Compare ହିତୋପଦେଶ 20:16-27ହିତୋପଦେଶ 20:16-27