8କାରଣ ସେ କହେ, ଆମ୍ଭର ସେନାପତିଗଣ ସମସ୍ତେ କି ରାଜା ନୁହଁନ୍ତି ?
9କଲ୍ନୋ ସହର କି କର୍କମୀଶ୍ ସହର ତୁଲ୍ୟ ନୁହେଁ ? ହମାତ୍ ସହର କି ଅର୍ପଦ ସହର ତୁଲ୍ୟ ନୁହେଁ ? ଶମରୀୟା କି ଦମ୍ମେଶକ ତୁଲ୍ୟ ନୁହେଁ ?
10ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେହି ସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;