Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24:7-10

Help us?
Click on verse(s) to share them!
7ତାହାର କଳସରୁ ଜଳ ଉଚ୍ଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି, ତାହାର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ।
8ପରମେଶ୍ୱର ତାହାକୁ ମିସରରୁ ବାହାର କରି ଆଣୁଅଛନ୍ତି; ତାହାର ବଳ ଅରଣାର ଷଣ୍ଢ ତୁଲ୍ୟ; ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କରିବ ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ।
9ସେ ନଇଁ ପଡ଼ିଲା, ସେ ସିଂହ ତୁଲ୍ୟ ଓ ସିଂହୀ ତୁଲ୍ୟ ଶୟନ କଲା; କିଏ ତାହାକୁ ଉଠାଇବ ? ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ପ୍ରତ୍ୟେକେ ଆଶୀର୍ବାଦପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମ୍ଭକୁ ଅଭିଶାପ ଦିଅନ୍ତି, ସେମାନେ ପ୍ରତ୍ୟେକେ ଅଭିଶାପଗ୍ରସ୍ତ ହେଉନ୍ତୁ।”
10ଏଥିରେ ବିଲୀୟମ୍‍ ବିରୁଦ୍ଧରେ ବାଲାକଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହୁଁ ସେ ଆପଣା ହାତରେ ହାତ ମାରିଲେ; ପୁଣି, ବାଲାକ ବିଲୀୟମ୍‍କୁ କହିଲେ, “ଆମ୍ଭେ ଆପଣା ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନିଥର ସେମାନଙ୍କୁ ସର୍ବୋତଭାବେ ଆଶୀର୍ବାଦ କଲ।”

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24:7-10ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 24:7-10