Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16:27-35

Help us?
Click on verse(s) to share them!
27ଏଥିରେ ସେମାନେ କୋରହର, ଦାଥନର ଓ ଅବୀରାମ୍‍ର ଆବାସ-ଚତୁର୍ଦ୍ଦିଗରୁ ଉଠିଗଲେ ପୁଣି, ଦାଥନ ଓ ଅବୀରାମ୍ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁଦ୍ୱାରରେ ଠିଆ ହୋଇ ରହିଲେ।
28ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହା ସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ।”
29ଯଦି ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଅବା ଯଦି ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ; ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି।
30ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ।
31ଏଥିଉତ୍ତାରେ ଏପରି ହେଲା ଯେ, ସେ ଏହି କଥା କହିବାର ସମାପ୍ତ କରନ୍ତେ, ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା;
32ପୁଣି, ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ, ସେମାନଙ୍କ ପରିଜନଗଣକୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା।
33ଏହିରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସି ଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା, ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ।
34ପୁଣି, ସେମାନଙ୍କ ରବରେ ସେମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଇସ୍ରାଏଲ ପଳାୟନ କଲେ, ଯେହେତୁ ସେମାନେ କହିଲେ, କେଜାଣି ପୃଥିବୀ ଆମ୍ଭମାନଙ୍କୁ ଗ୍ରାସ କରିବ।
35ଏଉତ୍ତାରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି ଦୁଇ ଶହ ପଚାଶ ଲୋକଙ୍କୁ ଗ୍ରାସ କଲା।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16:27-35ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 16:27-35