Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:15-19

Help us?
Click on verse(s) to share them!
15ବର୍ତ୍ତମାନ ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକ ମନୁଷ୍ୟ ତୁଲ୍ୟ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର କୀର୍ତ୍ତିର କଥା ଶୁଣିଅଛନ୍ତି, ସେମାନେ କହିବେ,
16ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏହେତୁ ସେ ସେମାନଙ୍କୁ ପ୍ରାନ୍ତରରେ ବଧ କରିଅଛନ୍ତି।
17ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ୍ ହେଉ, ଯେପରି ତୁମ୍ଭେ କହିଅଛ,
18ସଦାପ୍ରଭୁ କ୍ରୋଧରେ ଧୀର, ଦୟାରେ ପରିପୂର୍ଣ୍ଣ, ଅପରାଧ ଓ ଆଜ୍ଞା-ଲଙ୍ଘନର କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା; ପୁଣି, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣଙ୍କର ଅପରାଧର ପ୍ରତିଫଳଦାତା।
19ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିସରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:15-19ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:15-19