3ପ୍ରାତଃକାଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ ପ୍ରତି ରାତ୍ରି ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ।
4ଯେହେତୁ ହେ ସଦାପ୍ରଭୁ, ତୁମ୍ଭେ ନିଜ କର୍ମରେ ମୋତେ ଆନନ୍ଦିତ କରିଅଛ; ମୁଁ ତୁମ୍ଭର ହସ୍ତକୃତ କର୍ମରେ ଜୟଧ୍ୱନି କରିବି।
5ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ କିପରି ମହତ ! ତୁମ୍ଭର ସଂକଳ୍ପସବୁ ଅତି ଗଭୀର।
6ଜ୍ଞାନହୀନ ଲୋକ ଜାଣେ ନାହିଁ; କିଅବା ନିର୍ବୋଧ ଲୋକ ଏହା ବୁଝେ ନାହିଁ;