1ଆସଫର ଗୀତ। ପରମେଶ୍ୱର ଇସ୍ରାଏଲ ପ୍ରତି, ନିର୍ମଳାନ୍ତଃକରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି।
2ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା।
3କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି।
4ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ।
5ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ।