3ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି; ସେମାନେ ସମସ୍ତେ ଅଶୁଚି ହୋଇଅଛନ୍ତି; ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ ହେଁ ନାହିଁ।
4ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ ? ସେମାନେ ଖାଦ୍ୟ ଗ୍ରାସ କଲା ପରି ମୋ’ ଲୋକମାନଙ୍କୁ ଗ୍ରାସ କରନ୍ତି, ପୁଣି, ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରନ୍ତି ନାହିଁ।
5ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ; କାରଣ ପରମେଶ୍ୱର ତୁମ୍ଭ ବିରୁଦ୍ଧରେ ଅଧର୍ମାଚାରୀର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; ପରମେଶ୍ୱର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ ସେମାନଙ୍କୁ ଲଜ୍ଜା ଦେଇଅଛ।
6ଆଃ, ଯଦି ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତା ! ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବେ, ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ ହେବେ।