Text copied!
CopyCompare
ଓଡିଆ ବାଇବେଲ - ଗୀତସଂହିତା - ଗୀତସଂହିତା 26

ଗୀତସଂହିତା 26:2-7

Help us?
Click on verse(s) to share them!
2ହେ ସଦାପ୍ରଭୁ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; ମୋର ମର୍ମ ଓ ଚିତ୍ତ ପରିଷ୍କାର କର।
3କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋ’ ଦୃଷ୍ଟି-ଗୋଚରରେ ଅଛି; ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି।
4ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ।
5ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ, ପୁଣି, ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ।
6ହେ ସଦାପ୍ରଭୁ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି ଓ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି,
7ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି।

Read ଗୀତସଂହିତା 26ଗୀତସଂହିତା 26
Compare ଗୀତସଂହିତା 26:2-7ଗୀତସଂହିତା 26:2-7