1ଆରୋହଣ-ଗୀତ। ହେ ସଦାପ୍ରଭୁ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି।
2ହେ ପ୍ରଭୁ, ମୋ’ ରବ ଶୁଣ; ତୁମ୍ଭ କର୍ଣ୍ଣ ମୋ’ ବିନତି-ରବରେ ମନୋଯୋଗ କରୁ।
3ହେ ସଦାପ୍ରଭୁ, ତୁମ୍ଭେ ଯଦି ଅପରାଧସବୁ ଧରିବ, ତେବେ ହେ ପ୍ରଭୁ, କିଏ ଠିଆ ହେବ ?
4ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି।