Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7:27-33

Help us?
Click on verse(s) to share them!
27ଯେକୌଣସି ରକ୍ତ ଯିଏ ଭୋଜନ କରେ, ସେ ଯିଏ ହେଉ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।”
28ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ,
29“ଯେକେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ସେ ଆପଣା ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ନିକଟକୁ ଆପଣା ନୈବେଦ୍ୟ ଆଣିବ।
30ତାହାର ନିଜ ହସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଆଣିବ; ସେ ବକ୍ଷ ସହିତ ମେଦ ଆଣିବ, ତହିଁରେ ସେହି ବକ୍ଷ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ସାକ୍ଷାତରେ ଦୋଳାୟିତ ହେବ।
31ପୁଣି ଯାଜକ ବେଦି ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ।
32ପୁଣି, ତୁମ୍ଭେମାନେ ଆପଣା ଆପଣା ମଙ୍ଗଳାର୍ଥକ ବଳିରୁ ଡାହାଣ ଜଙ୍ଘ ଉତ୍ତୋଳନୀୟ ଉପହାର ରୂପେ ଯାଜକକୁ ଦେବ।
33ହାରୋଣର ପୁତ୍ରଗଣଙ୍କ ମଧ୍ୟରେ ଯେକେହି ମଙ୍ଗଳାର୍ଥକ ବଳିର ରକ୍ତ ଓ ମେଦ ଉତ୍ସର୍ଗ କରେ, ସେ ଆପଣା ଅଂଶ ରୂପେ ମଙ୍ଗଳାର୍ଥକ ବଳିର ଡାହାଣ ଜଙ୍ଘ ପାଇବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7:27-33ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 7:27-33