Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 5

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 5:5-15

Help us?
Click on verse(s) to share them!
5ପୁଣି ଉକ୍ତ କୌଣସି ଏକ ବିଷୟରେ ସେ ଦୋଷୀ ହେଲେ, ଆପଣାର ସେହି କୃତ ପାପ ସ୍ୱୀକାର କରିବା ତାହାର କର୍ତ୍ତବ୍ୟ।
6ତହୁଁ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ପାପାର୍ଥକ ବଳିଦାନ ରୂପେ ପଲରୁ ମେଷବତ୍ସା କି ଛାଗବତ୍ସା ନେଇ ସଦାପ୍ରଭୁଙ୍କ ସମ୍ମୁଖକୁ ଦୋଷାର୍ଥକ ବଳି ଆଣିବ; ପୁଣି ଯାଜକ ତାହାର ପାପ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
7ଆଉ, ଯଦି ସେ ମେଷବତ୍ସା ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଦୋଷାର୍ଥକ ବଳି ରୂପେ ଦୁଇ କପୋତ ବା ଦୁଇ ପାରାଛୁଆ ଆଣି ତହିଁରୁ ଗୋଟିଏକୁ ପାପ ନିମନ୍ତେ ଓ ଅନ୍ୟଟିକୁ ହୋମ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
8ପୁଣି ସେ ଯାଜକ ନିକଟକୁ ସେମାନଙ୍କୁ ଆଣିବ, ତହୁଁ ଯାଜକ ପ୍ରଥମେ ପାପାର୍ଥକ ବଳି ଉତ୍ସର୍ଗ କରି ତାହାର ବେକରୁ ମୁଣ୍ଡ ମୋଡ଼ିବ, ମାତ୍ର ଦୁଇ ଖଣ୍ଡ କରିବ ନାହିଁ।
9ତହୁଁ ସେ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ବେଦି ପାର୍ଶ୍ୱରେ ଛିଞ୍ଚିବ, ପୁଣି ଅବଶିଷ୍ଟ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ; ତାହା ପାପାର୍ଥକ ବଳିଦାନ।
10ତହିଁ ଉତ୍ତାରୁ ସେ ବିଧି ଅନୁସାରେ ଅନ୍ୟଟିକୁ ହୋମାର୍ଥକ ବଳି ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।
11ମାତ୍ର ସେ ଯଦି ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।
12ତହୁଁ ସେ ତାହା ଯାଜକ ନିକଟକୁ ଆଣିଲେ, ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ ତହିଁରୁ ଏକ ମୁଷ୍ଟି ନେଇ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହା ପାପାର୍ଥକ ନୈବେଦ୍ୟ।
13ଏହିରୂପେ ଉକ୍ତ କୌଣସି ବିଷୟରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶୁ ତାହା ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ; ଆଉ, ଅବଶିଷ୍ଟ ଦ୍ରବ୍ୟ ଭକ୍ଷ୍ୟ ନୈବେଦ୍ୟ ତୁଲ୍ୟ ଯାଜକର ହେବ।”
14ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
15“କେହି ଯଦି ସତ୍ୟ-ଲଙ୍ଘନ କରି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଭୁଲବଶତଃ ପାପ କରେ, ତେବେ ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭର ନିରୂପିତ ପରିମାଣର ରୂପା ଦେଇ ପଲରୁ ଏକ ନିଖୁନ୍ତ ମେଷ ଆଣି ଦୋଷାର୍ଥକ ବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 5ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 5
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 5:5-15ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 5:5-15