22ଆଉ, ତୁମ୍ଭମାନଙ୍କ ଭୂମିର ଶସ୍ୟ ତୁମ୍ଭେମାନେ କାଟିବା ବେଳେ, ତୁମ୍ଭେ ଆପଣା କ୍ଷେତ୍ରର କୋଣ ନିଃଶେଷ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସଂଗ୍ରହ କରିବ ନାହିଁ; ତୁମ୍ଭେ ତାହା ଦୁଃଖୀ ଓ ବିଦେଶୀ ପାଇଁ ଛାଡ଼ିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
23ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
24“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ସପ୍ତମ ମାସରେ, ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ, ଅର୍ଥାତ୍, ତୂରୀଧ୍ୱନୀ ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ।
25ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ।”