Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10:3-17

Help us?
Click on verse(s) to share them!
3ପୁଣି, ସେମାନେ ସେହି ଦୁଇ ତୂରୀ ବଜାନ୍ତେ, ସମସ୍ତ ମଣ୍ଡଳୀ ସମାଗମ-ତମ୍ବୁ ଦ୍ୱାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ।
4ଆଉ ଯଦି ସେମାନେ ଏକ ତୂରୀ ବଜାଇବେ, ତେବେ ଅଧିପତିମାନେ, ଅର୍ଥାତ୍‍, ଇସ୍ରାଏଲର ସହସ୍ରପତିମାନେ, ତୁମ୍ଭ ନିକଟରେ ଏକତ୍ରିତ ହେବେ।
5ପୁଣି, ତୁମ୍ଭେମାନେ ରଣତୂରୀ ବଜାନ୍ତେ, ପୂର୍ବ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ।
6ପୁଣି, ତୁମ୍ଭେମାନେ ଦ୍ୱିତୀୟ ଥର ରଣତୂରୀ ବଜାନ୍ତେ, ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ; ଏହି କ୍ରମରେ ସେମାନେ ଆପଣାମାନଙ୍କ ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ।
7ସମାଜକୁ ଏକତ୍ର କରିବା ସମୟରେ ତୁମ୍ଭେମାନେ ତୂରୀ ବଜାଇବ, ମାତ୍ର ରଣତୂରୀ ବଜାଇବ ନାହିଁ।
8ଆଉ ହାରୋଣର ପୁତ୍ର ଯାଜକମାନେ ସେହି ଦୁଇ ତୂରୀ ବଜାଇବେ; ପୁଣି, ତାହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।
9ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ କ୍ଳେଶଦାୟୀ ବିପକ୍ଷଗଣର ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମ୍ଭେମାନେ ଏହି ତୂରୀରେ ରଣବାଦ୍ୟ ବଜାଇବ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭେମାନେ ସ୍ମରଣ କରାଯିବ ଓ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ରକ୍ଷା ପାଇବ।
10ଆହୁରି ତୁମ୍ଭମାନଙ୍କ ଆନନ୍ଦ-ଦିନରେ, ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ; ତହିଁରେ ତାହା ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ସ୍ମରଣାର୍ଥେ ହେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
11ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର କୋଡ଼ିଏ ଦିନରେ ସେହି ମେଘ ସାକ୍ଷ୍ୟରୂପ ଆବାସ ଉପରୁ ନିଆଗଲା।
12ତହିଁରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି, ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।
13ଆଉ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।
14ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।
15ଆଉ ସୂୟାରର ପୁତ୍ର ନଥନେଲ, ଇଷାଖର ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।
16ଆଉ ହେଲୋନର ପୁତ୍ର ଇଲୀୟାବ୍‍, ସବୂଲୂନ ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।
17ଏଉତ୍ତାରେ ଆବାସ ଭଙ୍ଗାଯା’ନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବୋହି ଅଗ୍ରସର ହେଲେ।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10:3-17ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 10:3-17