Text copied!
CopyCompare
ଓଡିଆ ବାଇବେଲ - ପ୍ରଥମ ରାଜାବଳୀ - ପ୍ରଥମ ରାଜାବଳୀ 2

ପ୍ରଥମ ରାଜାବଳୀ 2:12-21

Help us?
Click on verse(s) to share them!
12ଏଥିଉତ୍ତାରେ ଶଲୋମନ ଆପଣାର ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହେଲେ ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
13ତହିଁରେ ହଗୀତର ପୁତ୍ର ଅଦୋନୀୟ ଶଲୋମନଙ୍କର ମାତା ବତ୍‍ଶେବା ନିକଟକୁ ଆସନ୍ତେ, ସେ ପଚାରିଲେ, “କୁଶଳରେ ଆସିଲ ?” ସେ ଉତ୍ତର କଲା, “କୁଶଳରେ।”
14ସେ ଆହୁରି କହିଲା, “ମୋହର ତୁମ୍ଭକୁ କିଛି କହିବାର ଅଛି।” ବତ୍‍ଶେବା କହିଲେ, “କୁହ।”
15ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋ’ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋ’ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।”
16ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର। ବତ୍‍ଶେବା ତାହାକୁ କହିଲେ, “କୁହ।”
17ତହୁଁ ସେ କହିଲା, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସଙ୍ଗେ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।
18ଏଥିରେ ବତ୍‍ଶେବା କହିଲେ, “ଭଲ; ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19ଏହେତୁ ବତ୍‍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ।
20ତେବେ ସେ କହିଲେ, “ତୁମ୍ଭଠାରେ ମୋହର ଏକ କ୍ଷୁଦ୍ର ନିବେଦନ ଅଛି; ମୋତେ ନାସ୍ତି ନ କର।” ତହୁଁ ରାଜା ତାଙ୍କୁ କହିଲେ, “ମୋହର ମାତା, କୁହ; କାରଣ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
21ଏଥିରେ ସେ କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନୀୟ ସହିତ ବିବାହ ଦିଆଯାଉ।”

Read ପ୍ରଥମ ରାଜାବଳୀ 2ପ୍ରଥମ ରାଜାବଳୀ 2
Compare ପ୍ରଥମ ରାଜାବଳୀ 2:12-21ପ୍ରଥମ ରାଜାବଳୀ 2:12-21