27କନିଷ୍ଠ ବିନ୍ୟାମୀନ୍ ସେମାନଙ୍କର ଶାସନକର୍ତ୍ତା, ଯିହୁଦାର ଅଧିପତିମାନେ ଓ ସେମାନଙ୍କ ଲୋକଦଳ, ସବୂଲୂନର ଅଧିପତିମାନେ, ନପ୍ତାଲିର ଅଧିପତିମାନେ ସେଠାରେ ଅଛନ୍ତି।
28ତୁମ୍ଭ ପରମେଶ୍ୱର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି; ହେ ପରମେଶ୍ୱର, ତୁମ୍ଭ ପରାକ୍ରମ ଆମ୍ଭମାନଙ୍କୁ ପ୍ରକାଶ କର, ଯେପରି ତୁମ୍ଭେ ଅତୀତରେ ପ୍ରକାଶ କରିଅଛ।
29ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ ରାଜାଗଣ ତୁମ୍ଭ ନିକଟକୁ ଦର୍ଶନୀ ଆଣିବେ।
30ନଳବନସ୍ଥ ବନ୍ୟ ପଶୁକୁ, ଗୋଷ୍ଠୀବର୍ଗରୂପ ଗୋବତ୍ସଗଣ ସହିତ ବୃଷସମୂହକୁ ଭର୍ତ୍ସନା କରି ରୌପ୍ୟଖଣ୍ଡସବୁ ପଦ ତଳେ ଦଳି ପକାଅ; ସେ ଯୁଦ୍ଧପ୍ରିୟ ଗୋଷ୍ଠୀବର୍ଗକୁ ଛିନ୍ନଭିନ୍ନ କରିଅଛନ୍ତି।
31ମିସର ଦେଶରୁ ଅଧିପତିମାନେ ଆସିବେ; କୂଶ ପରମେଶ୍ୱରଙ୍କ ପ୍ରତି ହସ୍ତ ପ୍ରସାରିବାକୁ ଚଞ୍ଚଳ ହେବ।