25କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଗ୍ନୀ, କ୍ଳୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍ଦଲୀନୀ ମରିୟମ ଠିଆ ହୋଇଥିଲେ ।
26ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର !
27ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, ଦେଖ, ତୁମ୍ଭର ମାତା ! ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ ।