44ଆଉ, ଭିତର ଦ୍ୱାରର ବାହାରେ ଭିତର ପ୍ରାଙ୍ଗଣରେ ଗାୟକମାନଙ୍କ ପାଇଁ କୋଠରି ଥିଲା, ସେହି ସବୁ ଉତ୍ତର ଦ୍ୱାରର ପାର୍ଶ୍ୱସ୍ଥିତ ଓ ସେହି ସବୁର ମୁଖ ଦକ୍ଷିଣ ପ୍ରତି ଥିଲା; ପୂର୍ବ ଦ୍ୱାରର ପାର୍ଶ୍ୱସ୍ଥିତ ଗୋଟିଏ କୋଠରିର ମୁଖ ଉତ୍ତର ପ୍ରତି ଥିଲା।
45ପୁଣି, ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖ କୋଠରିଗୃହର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।
46ଆଉ, ଯେଉଁ କୋଠରିର ମୁଖ ଉତ୍ତରଆଡ଼େ ଅଛି, ତାହା ଯଜ୍ଞବେଦିର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି; ଏମାନେ ସାଦୋକର ସନ୍ତାନ, ଲେବୀର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟକୁ ଆସନ୍ତି।”
47ଏଉତ୍ତାରେ ସେ ପ୍ରାଙ୍ଗଣ ମାପିଲେ, ତାହା ଏକଶହ ହାତ ଦୀର୍ଘ, ଏକଶହ ହାତ ପ୍ରସ୍ଥ, ଚାରିଆଡ଼େ ଏକ ସମାନ ଥିଲା ଓ ଗୃହ ସମ୍ମୁଖରେ ଯଜ୍ଞବେଦି ଥିଲା।