13ଏଥିଉତ୍ତାରେ ସେମାନେ ତାଙ୍କ ନିକଟରେ ହୋମବଳିର ଖଣ୍ଡକୁ ଖଣ୍ଡ ମାଂସ ସହିତ ମସ୍ତକ ସମର୍ପଣ କଲେ; ତହିଁରେ ସେହି ସମସ୍ତ ସେ ବେଦି ଉପରେ ଦଗ୍ଧ କଲେ।
14ପୁଣି, ସେ ଅନ୍ତ ଓ ପାଦ ଧୌତ କରି ହୋମଦ୍ରବ୍ୟ ସହିତ ବେଦି ଉପରେ ଦଗ୍ଧ କଲେ।
15ଏଥିଉତ୍ତାରେ ସେ ଲୋକମାନଙ୍କର ଉପହାର ନିକଟକୁ ଆଣିଲେ, ପୁଣି ଲୋକମାନଙ୍କ ପାପାର୍ଥକ ଛାଗ ନେଇ ପ୍ରଥମଟିର ତୁଲ୍ୟ ବଧ କରି ପାପାର୍ଥେ ତାହା ଉତ୍ସର୍ଗ କଲେ;
16ଏଥିଉତ୍ତାରେ ସେ ହୋମବଳି ଆଣି ବିଧି ଅନୁସାରେ ଉତ୍ସର୍ଗ କଲେ।
17ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ଆଣି ତହିଁରୁ ମୁଠାଏ ନେଇ ପ୍ରଭାତର ହୋମବଳି ସହିତ ବେଦି ଉପରେ ତାହା ଦଗ୍ଧ କଲେ।
18ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ; ପୁଣି, ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟରେ ରକ୍ତ ସମର୍ପଣ କରନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ;
19ପୁଣି ଗୋରୁର ମେଦ, ମେଷର ମେଦମୟ ଲାଙ୍ଗୁଳ, ଆଉ ଅନ୍ତ, ଗୁର୍ଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ,
20ଏହି ସମସ୍ତ ମେଦ ସେମାନେ ବକ୍ଷ ଉପରେ ରଖିଲେ, ପୁଣି, ସେ ବେଦି ଉପରେ ମେଦ ଦଗ୍ଧ କଲେ;
21ପୁଣି, ମୋଶାଙ୍କର ଆଜ୍ଞାନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଜଙ୍ଘ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇଲେ।
22ତହୁଁ ହାରୋଣ ଲୋକମାନଙ୍କ ପ୍ରତି ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଶୀର୍ବାଦ କଲେ; ଏହିରୂପେ ପାପାର୍ଥକ ବଳି ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଓହ୍ଲାଇ ଆସିଲେ।
23ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।