17ମାତ୍ର ସେହି ଗୋବତ୍ସର ଚର୍ମ, ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦଗ୍ଧ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
18ଏଥିଉତ୍ତାରେ ସେ ହୋମାର୍ଥକ ମେଷ ଆଣିଲେ; ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।
19ତହୁଁ ସେ ତାକୁ ବଧ କଲେ, ପୁଣି ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।
20ଆଉ, ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ; ପୁଣି, ମୋଶା ତାହାର ମସ୍ତକ, ମାଂସଖଣ୍ଡସକଳ ଓ ମେଦ ଦଗ୍ଧ କଲେ।
21ଆଉ, ସେ ତାହାର ଅନ୍ତ ଓ ପାଦ ଜଳରେ ଧୌତ କଲେ। ପୁଣି, ମୋଶା ବେଦି ଉପରେ ମେଷ ସମେତ ଦଗ୍ଧ କଲେ, ଏହା ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳି; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।