Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6:17-28

Help us?
Click on verse(s) to share them!
17ତାଡ଼ି ସହିତ ତାହା ରନ୍ଧନ ହେବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।
18ହାରୋଣର ସନ୍ତାନଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାରରୁ ଏହା ଗ୍ରହଣ କରିବା ହେଉଛି ପୁରୁଷାନୁକ୍ରମରେ ତୁମ୍ଭମାନଙ୍କର ଅନନ୍ତକାଳୀନ ଅଧିକାର। ଯେକେହି ତାହା ସ୍ପର୍ଶ କରେ, ସେ ପବିତ୍ର ହେବ।”
19ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
20“ଅଭିଷେକ ଦିନରେ ହାରୋଣ ଓ ତାହାର ପୁତ୍ରଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରିବେ, ତାହା ଏହି; ସେମାନେ ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟା କାଳରେ ଉତ୍ସର୍ଗ କରିବେ।
21ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ଓଦା ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ପୁଣି ସେହି ରନ୍ଧନ କରାଯାଇଥିବା ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ଖାଦ୍ୟ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
22ଏଥିଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।
23ଅର୍ଥାତ୍‍, ଯାଜକର ପ୍ରତ୍ୟେକ ଭକ୍ଷ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହେବ; ତାହା ଭୋଜନ କରାଯିବ ନାହିଁ।”
24ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
25“ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି; ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ; ତାହା ମହାପବିତ୍ର।
26ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।
27ଯେକେହି ତହିଁର ମାଂସ ସ୍ପର୍ଶ କରେ, ତାହା ପବିତ୍ର ହେବ; ପୁଣି ଯଦି କୌଣସି ବସ୍ତ୍ରରେ ତହିଁର ରକ୍ତର ଛିଟା ପଡ଼େ; ତେବେ ତୁମ୍ଭେ ସେହି ରକ୍ତ ସେଚିତ ବସ୍ତ୍ର ପବିତ୍ର ସ୍ଥାନରେ ଧୌତ କରିବ।
28ମାତ୍ର ଯେଉଁ ମୃତ୍ତିକାର ପାତ୍ରରେ ତାହା ପାକ ହୁଏ, ତାହା ଭଙ୍ଗାଯିବ; ଯଦି ପିତ୍ତଳ ପାତ୍ରରେ ତାହା ପାକ ହୁଏ, ତେବେ ତାହା ମଜାଯିବ ଓ ଜଳରେ ପରିଷ୍କୃତ ହେବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6:17-28ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6:17-28