Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 23

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 23:12-19

Help us?
Click on verse(s) to share them!
12ପୁଣି, ଯେଉଁ ଦିନ ତୁମ୍ଭେମାନେ ସେହି ବିଡ଼ା ଦୋଳାଇବ, ସେହି ଦିନ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ପ୍ରଥମବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଉତ୍ସର୍ଗ କରିବ।
13ପୁଣି, ଐଫାର ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ତହିଁର ଭକ୍ଷ୍ୟ ନୈବେଦ୍ୟ ହେବ, ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ; ଆଉ, ଏକ ହିନ୍‍ ଦ୍ରାକ୍ଷାରସର ଚତୁର୍ଥାଂଶ ତହିଁର ପେୟ ନୈବେଦ୍ୟ ହେବ।
14ପୁଣି, ତୁମ୍ଭେମାନେ ଯେଉଁ ଦିନ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏହି ଉପହାର ଆଣି ନାହଁ, ସେହି ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ରୁଟି କି ଭଜାଶସ୍ୟ କି ଛିଣ୍ଡା ଶିଷା ଖାଇବ ନାହିଁ; ତୁମ୍ଭମାନଙ୍କର ସମୁଦାୟ ନିବାସ ସ୍ଥାନରେ ଏହା ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।
15ଆହୁରି ସେହି ବିଶ୍ରାମବାରର ପରଦିନଠାରୁ ଯେଉଁ ଦିନ ଦୋଳନୀୟ ନୈବେଦ୍ୟରୂପ ବିଡ଼ା ଆଣିଲ, ସେହି ଦିନଠାରୁ ପୂର୍ଣ୍ଣ ସାତ ସପ୍ତାହ ଗଣନା କରିବ।
16ଏହିରୂପେ ସପ୍ତମ ବିଶ୍ରାମବାରର ପର ଦିନ ପର୍ଯ୍ୟନ୍ତ ପଚାଶ ଦିନ ଗଣନା କରିବ; ଆଉ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ।
17ତୁମ୍ଭେମାନେ ଆପଣା ଆପଣା ନିବାସରୁ ଦୋଳନୀୟ ନୈବେଦ୍ୟାର୍ଥେ ଏକ ଐଫାର ଦୁଇ ଦଶମାଂଶର ଦୁଇ ରୁଟି ଆଣିବ; ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ରନ୍ଧନ କରାଯିବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମ ଫଳ ହେବ।
18ପୁଣି, ତୁମ୍ଭେମାନେ ସେହି ରୁଟି ସହିତ ପ୍ରଥମବର୍ଷୀୟ ନିଖୁନ୍ତ ସାତ ମେଷବତ୍ସ ଓ ଗୋଟିଏ ଯୁବା ବୃଷ ଓ ଦୁଇ ମେଷ ବଳିଦାନ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ହେବ; ପୁଣି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ସହିତ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
19ତହିଁ ଉତ୍ତାରେ ତୁମ୍ଭେମାନେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଏକବର୍ଷୀୟ ଦୁଇ ମେଷବତ୍ସ ବଳିଦାନ କରିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 23ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 23
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 23:12-19ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 23:12-19