8ପଲ୍ଲୂର ସନ୍ତାନ ଇଲୀୟାବ୍।
9ସେହି ଇଲୀୟାବ୍ର ସନ୍ତାନ ନମୂୟେଲ, ଦାଥନ ଓ ଅବୀରାମ୍; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ ଓ ଅବୀରାମ୍ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।
10ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି, ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନ ସ୍ୱରୂପ ହେଲେ।
11ତଥାପି କୋରହର ସନ୍ତାନମାନେ ମଲେ ନାହିଁ।