Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:14-18

Help us?
Click on verse(s) to share them!
14ଇସ୍ରାଏଲ ମଧ୍ୟରେ ସମସ୍ତ ଉତ୍ସର୍ଗୀକୃତ ବସ୍ତୁ ସବୁ ତୁମ୍ଭର ହେବ।
15ସେମାନେ ମନୁଷ୍ୟ କିମ୍ବା ପଶୁମାନଙ୍କ ମଧ୍ୟରୁ ଯେଉଁ ସମସ୍ତ ପ୍ରଥମଜାତ ଗର୍ଭର ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି, ସେହି ସମସ୍ତ ତୁମ୍ଭର ହେବ; ତଥାପି ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଅବଶ୍ୟ ମୁକ୍ତ କରିବ, ପୁଣି, ତୁମ୍ଭେ ଅଶୁଚି ପଶୁର ପ୍ରଥମଜାତକୁ ମୁକ୍ତ କରିବ।
16ପୁଣି, ଯେଉଁମାନେ ଏକ ମାସ ବୟସ୍କ ଅବଧି ମୁକ୍ତ କରାଯିବେ, ସେହି ସମସ୍ତଙ୍କୁ ତୁମ୍ଭର ନିରୂପଣୀୟ ମୂଲ୍ୟରେ ପବିତ୍ର ସ୍ଥାନର କୋଡ଼ିଏ ଗେରା ପରିମିତ ଶେକଲ ଅନୁସାରେ ପାଞ୍ଚ ଶେକଲ ରୂପାରେ ମୁକ୍ତ କରିବ।
17ମାତ୍ର ତୁମ୍ଭେ ଗୋରୁର ପ୍ରଥମଜାତକୁ ଅବା ମେଷର ପ୍ରଥମଜାତକୁ ଅବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ, ସେମାନେ ପବିତ୍ର; ତୁମ୍ଭେ ବେଦି ଉପରେ ସେମାନଙ୍କର ରକ୍ତ ସେଚନ କରିବ, ପୁଣି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ସେମାନଙ୍କର ମେଦ ଦଗ୍ଧ କରିବ।
18ଆଉ ସେମାନଙ୍କର ମାଂସ ତୁମ୍ଭର ହେବ, ଯେପରି ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ସେପରି ତାହା ତୁମ୍ଭର ହେବ।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:14-18ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 18:14-18