12ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରମାଣେ ସେରୂପ କରିବ।
13ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ, ଏହି ବ୍ୟବସ୍ଥାନୁସାରେ ଏହିସବୁ କାର୍ଯ୍ୟ କରିବ।
14ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଅବା ତୁମ୍ଭମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସକାରୀ କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭେମାନେ ଯେ ପ୍ରକାର କର, ସେ ସେହି ପ୍ରକାର କରିବ।
15ସମାଜ ନିମନ୍ତେ, (ଅର୍ଥାତ୍) ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ, ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମ୍ଭେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ।
16ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ।”