Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ - ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14

ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:11-14

Help us?
Click on verse(s) to share them!
11ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ ?
12ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।
13ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିସ୍ରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।
14ପୁଣି, ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ; ସେମାନେ ଶୁଣିଅଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟବର୍ତ୍ତୀ ଅଟ; କାରଣ ତୁମ୍ଭେ ସଦାପ୍ରଭୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ସ୍ଥିତି କରୁଅଛି ଓ ତୁମ୍ଭେ ଦିନ ସମୟରେ ମେଘ ସ୍ତମ୍ଭରେ ଓ ରାତ୍ରି ସମୟରେ ଅଗ୍ନି ସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ।

Read ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14
Compare ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:11-14ମୋଶାଙ୍କ ଲିଖିତ ଚତୁର୍ଥ ପୁସ୍ତକ 14:11-14