10ସବୂଲୂନ ବଂଶ ମଧ୍ୟରୁ ସୋଦିର ପୁତ୍ର ଗଦ୍ଦୀୟେଲ;
11ଯୋଷେଫ ବଂଶ ମଧ୍ୟରୁ, ଅର୍ଥାତ୍, ମନଃଶି ବଂଶ ମଧ୍ୟରୁ ସୂଷିର ପୁତ୍ର ଗଦ୍ଦି;
12ଦାନ୍ ବଂଶ ମଧ୍ୟରୁ ଗମଲ୍ଲୀର ପୁତ୍ର ଅମ୍ମୀୟେଲ;
13ଆଶେର ବଂଶ ମଧ୍ୟରୁ ମୀଖାୟେଲର ପୁତ୍ର ସଥୁର;
14ନପ୍ତାଲି ବଂଶ ମଧ୍ୟରୁ ବପ୍ସିର ପୁତ୍ର ନହବି;
15ଗାଦ୍ ବଂଶ ମଧ୍ୟରୁ ମାଖିର ପୁତ୍ର ଗୂୟେଲ।
16ମୋଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ, ସେମାନଙ୍କର ନାମ ଏହି, ଆଉ ମୋଶା, ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।
17ଆଉ ମୋଶା ଏମାନଙ୍କୁ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇ କହିଲେ, “ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର;
18ପୁଣି, ସେହି ଦେଶ କିପରି ଓ ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ;
19ପୁଣି, ସେମାନେ ଯେଉଁ ଦେଶରେ ବାସ କରନ୍ତି, ତାହା ଭଲ କି ମନ୍ଦ ଓ ଯେଉଁ ଯେଉଁ ନଗରରେ ବାସ କରନ୍ତି, ତାହା କି ପ୍ରକାର; ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି;
20ପୁଣି, ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା।