Text copied!
CopyCompare
ଓଡିଆ ବାଇବେଲ - ଉପଦେଶକ - ଉପଦେଶକ 4

ଉପଦେଶକ 4:8-11

Help us?
Click on verse(s) to share them!
8କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ; କିଅବା ତାହାର ପୁତ୍ର କି ଭ୍ରାତା ନାହିଁ; ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛି ? ଏହା ହିଁ ଅସାର ଓ ଅତ୍ୟନ୍ତ କ୍ଲେଶଜନକ।
9ଏକ ଜଣରୁ ଦୁଇ ଜଣ ଭଲ, କାରଣ ସେମାନେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।
10ସେମାନେ ପଡ଼ିଲେ, ଜଣେ ଆପଣା ସଙ୍ଗୀକୁ ଉଠାଇବ; ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ ଓ ଯାହାକୁ ଉଠାଇବା ପାଇଁ ଅନ୍ୟ ନ ଥାଏ, ସେ ସନ୍ତାପର ପାତ୍ର।
11ଆହୁରି, ଦୁଇ ଜଣ ଏକତ୍ର ଶୟନ କଲେ ଉଷ୍ଣ ହୁଅନ୍ତି; ମାତ୍ର ଜଣେ କିପରି ଏକାକୀ ଉଷ୍ଣ ହୋଇପାରେ ?

Read ଉପଦେଶକ 4ଉପଦେଶକ 4
Compare ଉପଦେଶକ 4:8-11ଉପଦେଶକ 4:8-11