22କାରଣ ହଠାତ୍ ସେମାନଙ୍କର ବିପଦ ଘଟିବ; ପୁଣି, ସେହି ଉଭୟର ସଂହାର କିଏ ଜାଣେ ?
23ଏସବୁ ମଧ୍ୟ ଜ୍ଞାନୀମାନଙ୍କ କଥା। ବିଚାରରେ ମନୁଷ୍ୟର ମୁଖାପେକ୍ଷା କରିବା ଭଲ ନୁହେଁ।
24ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ, ତାହାକୁ ଲୋକେ ଅଭିଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ।
25ମାତ୍ର ଯେଉଁମାନେ ତାହାକୁ ଅନୁଯୋଗ କରନ୍ତି, ସେମାନଙ୍କର ଆନନ୍ଦ ହେବ; ପୁଣି, ଉତ୍ତମ ଆଶୀର୍ବାଦ ସେମାନଙ୍କ ଉପରେ ବର୍ତ୍ତେ।
26ଯେ ଯଥାର୍ଥ ଉତ୍ତର ଦିଏ, ସେ ଓଷ୍ଠାଧର ଚୁମ୍ବନ କରେ।
27ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର, କ୍ଷେତ୍ରରେ ଆପଣା ନିମନ୍ତେ ତାହା ପ୍ରସ୍ତୁତ କର; ତହିଁ ଉତ୍ତାରେ ଆପଣା ଗୃହ ନିର୍ମାଣ କର।