Text copied!
CopyCompare
ଓଡିଆ ବାଇବେଲ - ଯିହୋଶୂୟ - ଯିହୋଶୂୟ 24

ଯିହୋଶୂୟ 24:21-27

Help us?
Click on verse(s) to share them!
21ତହୁଁ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନାହିଁ; ମାତ୍ର ଆମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବା।”
22ତେବେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ତାହାଙ୍କୁ ଆପଣା ଆପଣା ପାଇଁ ମନୋନୀତ କରିଅଛ, ଏ ବିଷୟରେ ତୁମ୍ଭେମାନେ ନିଜେ ନିଜେ ଆପଣାମାନଙ୍କ ପ୍ରତିକୂଳରେ ସାକ୍ଷୀ।” ତହିଁରେ ସେମାନେ କହିଲେ, “ଆମ୍ଭେମାନେ ସାକ୍ଷୀ।”
23ସେ କହିଲେ, “ତେବେ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି, ସେମାନଙ୍କୁ ଏବେ ବାହାର କରି ଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡ଼କୁ ଆପଣା ଆପଣା ହୃଦୟ ଡେର।”
24ତହିଁରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସେବା ଆମ୍ଭେମାନେ କରିବୁ ଓ ତାହାଙ୍କ ରବ ଶୁଣିବୁ।
25ତହିଁରେ ଯିହୋଶୂୟ ସେହି ଦିନ ଲୋକମାନଙ୍କ ସହିତ ନିୟମ ସ୍ଥିର କରି ଶିଖିମରେ ସେମାନଙ୍କ ନିମନ୍ତେ ବିଧି ଓ ଶାସନ ସ୍ଥାପନ କଲେ।
26ଏଥିଉତ୍ତାରେ ଯିହୋଶୂୟ ସେହି ସକଳ କଥା ପରମେଶ୍ୱରଙ୍କ ବ୍ୟବସ୍ଥା ଗ୍ରନ୍ଥରେ ଲେଖିଲେ ଓ ଏକ ବୃହତ୍‍ ପ୍ରସ୍ତର ନେଇ ସଦାପ୍ରଭୁଙ୍କ ପବିତ୍ର ଆବାସର ନିକଟବର୍ତ୍ତୀ ଅଲୋନ୍‍ ବୃକ୍ଷ ମୂଳେ ସ୍ଥାପନ କଲେ।
27ତହୁଁ ଯିହୋଶୂୟ ସମସ୍ତ ଲୋକଙ୍କୁ କହିଲେ, “ଦେଖ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯାହା ଯାହା କହିଲେ, ସେସବୁ କଥା ଏ ଶୁଣିଅଛି; ଏହେତୁ ତୁମ୍ଭେମାନେ ଯେପରି ଆପଣାମାନଙ୍କ ପରମେଶ୍ୱରଙ୍କୁ ଅସ୍ୱୀକାର ନ କର, ଏଥିପାଇଁ ଏ ତୁମ୍ଭମାନଙ୍କ ପ୍ରତିକୂଳରେ ସାକ୍ଷୀ ହେବ।”

Read ଯିହୋଶୂୟ 24ଯିହୋଶୂୟ 24
Compare ଯିହୋଶୂୟ 24:21-27ଯିହୋଶୂୟ 24:21-27