Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 8

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 8:5-14

Help us?
Click on verse(s) to share them!
5ପୁଣି ମୋଶା ମଣ୍ଡଳୀକୁ କହିଲେ, ଯାହା କରିବା ପାଇଁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ସେହି କଥା ଏହି।
6ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ।
7ପୁଣି ହାରୋଣଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ତାଙ୍କର କଟି ବାନ୍ଧିଲେ ଓ ତାଙ୍କୁ ଚୋଗା ପିନ୍ଧାଇଲେ ଓ ତହିଁ ଉପରେ ଏଫୋଦ ଦେଲେ, ପୁଣି ଏଫୋଦର ଚିତ୍ରିତ ପଟୁକା ବାନ୍ଧି ତହିଁ ସଙ୍ଗେ ଏଫୋଦକୁ ବାନ୍ଧିଲେ।
8ଆଉ, ସେ ତାହା ଉପରେ ବୁକୁପଟା ଦେଲେ ଆଉ, ବୁକୁପଟାରେ ଊରୀମ୍‍ ଓ ତୁମ୍ମୀମ୍‍ ରଖିଲେ।
9ପୁଣି, ତାଙ୍କର ମସ୍ତକରେ ପଗଡ଼ି ରଖିଲେ; ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ; ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।
10ଏଥିଉତ୍ତାରେ ମୋଶା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ।
11ପୁଣି, ସେ ତହିଁରୁ କିଛି ନେଇ ବେଦି ଉପରେ ସାତ ଥର ସେଚନ କଲେ; ଆଉ, ବେଦି ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି ପବିତ୍ର କରିବାକୁ ଅଭିଷେକ କଲେ।
12ଏଥିଉତ୍ତାରେ ମୋଶା ହାରୋଣଙ୍କୁ ପବିତ୍ର କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ।
13ଏଥିଉତ୍ତାରେ ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ପୋଷାକ ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।
14ଆଉ, ସେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ; ପୁଣି ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକରେ ହସ୍ତ ରଖିଲେ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 8ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 8
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 8:5-14ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 8:5-14