Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:40-45

Help us?
Click on verse(s) to share them!
40ସେ ବେତନଜୀବୀ ଓ ପ୍ରବାସୀ ନ୍ୟାୟ ତୁମ୍ଭ ସହିତ ବାସ କରିବ; ସେ ଯୁବ୍‍ଲୀ ବର୍ଷ ପର୍ଯ୍ୟନ୍ତ ତୁମ୍ଭର ଦାସ୍ୟକର୍ମ କରିବ।
41ତହୁଁ ସେ ଆପଣା ସନ୍ତାନଗଣ ସହିତ ତୁମ୍ଭଠାରୁ ମୁକ୍ତ ହୋଇ ଆପଣା ବଂଶ ନିକଟକୁ ଓ ତାହାର ପୈତୃକ ଅଧିକାରକୁ ଫେରିଯିବ।
42କାରଣ ସେମାନେ ଆମ୍ଭର ଦାସ, ଆମ୍ଭେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛୁ; ସେମାନେ ବନ୍ଧାଦାସ ତୁଲ୍ୟ ବିକ୍ରୀତ ହେବେ ନାହିଁ।
43ତୁମ୍ଭେ ତାହା ଉପରେ କଠିନ କର୍ତ୍ତୃତ୍ୱ କରିବ ନାହିଁ; ମାତ୍ର ଆପଣା ପରମେଶ୍ୱରଙ୍କୁ ଭୟ କରିବ।
44ତୁମ୍ଭର ବନ୍ଧା ଦାସ ଓ ବନ୍ଧା ଦାସୀ ରଖିବାର ହେଲେ, ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କଠାରୁ ବନ୍ଧା ଦାସ ଓ ବନ୍ଧା ଦାସୀ କ୍ରୟ କରିବ।
45ଆହୁରି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ ବିଦେଶୀୟ ସନ୍ତାନଗଣଠାରୁ ଓ ତୁମ୍ଭମାନଙ୍କ ଦେଶରେ ସେମାନଙ୍କଠାରୁ ଉତ୍ପନ୍ନ ଯେଉଁ ଯେଉଁ ବଂଶ ତୁମ୍ଭମାନଙ୍କର ସହବର୍ତ୍ତୀ ଥା’ନ୍ତି, ସେମାନଙ୍କଠାରୁ କ୍ରୟ କରିବ, ପୁଣି, ସେମାନେ ତୁମ୍ଭମାନଙ୍କର ଅଧିକାର ହେବେ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:40-45ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:40-45