Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:3-15

Help us?
Click on verse(s) to share them!
3ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା କ୍ଷେତ୍ରରେ ବୀଜ ବୁଣିବ ଓ ଛଅ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ଆପଣା ଦ୍ରାକ୍ଷାଲତା ଝାଡ଼ିବ ଓ ତହିଁର ଫଳ ସଂଗ୍ରହ କରିବ।
4ମାତ୍ର ସପ୍ତମ ବର୍ଷରେ ଭୂମିର ମହାବିଶ୍ରାମ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବିଶ୍ରାମ ହେବ; ତୁମ୍ଭେ ଆପଣା କ୍ଷେତ୍ରରେ ବୁଣିବ ନାହିଁ, କି ଆପଣା ଦ୍ରାକ୍ଷାଲତା ଝାଡ଼ିବ ନାହିଁ।
5ଯେଉଁ ଶସ୍ୟ ତୁମ୍ଭ କ୍ଷେତ୍ରରେ ଆପେ ବଢ଼େ, ତାହା ତୁମ୍ଭେ କାଟିବ ନାହିଁ ଓ ତୁମ୍ଭେ ଆପଣା ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ; ତାହା ଭୂମିର ମହାବିଶ୍ରାମ ବର୍ଷ ହେବ।
6ଆଉ, ଭୂମିର ବିଶ୍ରାମ ତୁମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ ହେବ; ତୁମ୍ଭର କ୍ଷେତ୍ରୋତ୍ପନ୍ନ ସମସ୍ତ ଦ୍ରବ୍ୟ ତୁମ୍ଭର, ତୁମ୍ଭ ଦାସର, ତୁମ୍ଭ ଦାସୀର, ତୁମ୍ଭ ବେତନଜୀବୀର ଓ ତୁମ୍ଭ ସହବାସୀ ବିଦେଶୀର;
7ପୁଣି, ତୁମ୍ଭ ପଶୁର ଓ ତୁମ୍ଭ ଦେଶୀୟ ବନ୍ୟପଶୁର ଆହାର ନିମନ୍ତେ ହେବ।
8ଆଉ, ତୁମ୍ଭେ ଆପଣା ନିମନ୍ତେ ସାତ ବିଶ୍ରାମ ବର୍ଷ, ଅର୍ଥାତ୍‍, ସାତଗୁଣ ସାତବର୍ଷ ଗଣନା କରିବ; ତହିଁରେ ସେହି ସାତଗୁଣ ସାତ ବର୍ଷର ଦିନ ତୁମ୍ଭ ପ୍ରତି ଅଣଞ୍ଚାଶ ବର୍ଷ ହେବ।
9ତହୁଁ ସପ୍ତମ ମାସର ଦଶମ ଦିନରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ; ପ୍ରାୟଶ୍ଚିତ୍ତ ଦିନରେ ତୁମ୍ଭେମାନେ ଆପଣାମାନଙ୍କ ସମସ୍ତ ଦେଶରେ ତୂରୀ ବଜାଇବ।
10ପୁଣି, ତୁମ୍ଭେମାନେ ପଚାଶତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ; ତାହା ତୁମ୍ଭମାନଙ୍କ ନିମନ୍ତେ ଯୁବ୍‍ଲୀ (ମହା ଉଲ୍ଲାସ ଉତ୍ସବ) ହେବ ଓ ତୁମ୍ଭେମାନେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତି ଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ।
11ସେହି ପଚାଶତମ ବର୍ଷ ବ୍ୟାପୀ ତୁମ୍ଭମାନଙ୍କ ନିମନ୍ତେ ଯୁବ୍‍ଲୀ ହେବ; ତୁମ୍ଭେମାନେ ବୁଣିବ ନାହିଁ କିଅବା ଯେଉଁ ଶସ୍ୟ ଆପେ ବଢ଼େ, ତାହା କାଟିବ ନାହିଁ ଓ ଅଝଡ଼ା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ।
12କାରଣ ତାହା ଯୁବ୍‍ଲୀ ବର୍ଷ ଅଟେ; ତାହା ତୁମ୍ଭମାନଙ୍କ ପ୍ରତି ପବିତ୍ର ହେବ; ତଥାପି ତୁମ୍ଭେମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟାଦି ଖାଇ ପାରିବ।
13ସେହି ଯୁବ୍‍ଲୀ ବର୍ଷରେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ।
14ଯଦି ତୁମ୍ଭେ ଆପଣା ପ୍ରତିବାସୀକୁ କୌଣସି ଭୂମ୍ୟାଦି ବିକ୍ରୟ କର, ଅବା ଆପଣା ପ୍ରତିବାସୀ ହସ୍ତରୁ କ୍ରୟ କର, ତେବେ ତୁମ୍ଭେମାନେ ପରସ୍ପର ପ୍ରତି ଅନ୍ୟାୟ କରିବ ନାହିଁ।
15ତୁମ୍ଭେ ଯୁବ୍‍ଲୀ ପରବର୍ଷର ସଂଖ୍ୟାନୁସାରେ ଆପଣା ପ୍ରତିବାସୀଠାରୁ କ୍ରୟ କରିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ୟାନୁସାରେ ସେ ତୁମ୍ଭକୁ ବିକ୍ରୟ କରିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:3-15ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 25:3-15