Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16:6-12

Help us?
Click on verse(s) to share them!
6ଆଉ, ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
7ତହୁଁ ସେହି ଦୁଇ ଛାଗ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ।
8ପୁଣି, ହାରୋଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ; ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ।
9ପୁଣି, ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।
10ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇ ପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜୀଅନ୍ତା ଠିଆ କରିବ।
11ଏଥିଉତ୍ତାରେ ହାରୋଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ, ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ପରିବାର ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି, ଆପଣା ପାପାର୍ଥକ ବଳିର ସେହି ଗୋବତ୍ସକୁ ବଧ କରିବ।
12ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିରୁ ପ୍ରଜ୍ୱଳିତ ଅଙ୍ଗାର ଧୂପଧାନୀରେ ପୂର୍ଣ୍ଣ କରି ଓ ମୁଠିଏ ଚୂର୍ଣ୍ଣ ସୁଗନ୍ଧି ଧୂପ ନେଇ ବିଚ୍ଛେଦ ବସ୍ତ୍ରର ଭିତରକୁ ଯିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16:6-12ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 16:6-12