Text copied!
CopyCompare
ଓଡିଆ ବାଇବେଲ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ - ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15:11-16

Help us?
Click on verse(s) to share them!
11ପୁଣି, ପ୍ରମେହୀ ଆପଣା ହସ୍ତ ଜଳରେ ନ ଧୋଇ ଯାହାକୁ ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
12ପୁଣି, ପ୍ରମେହୀ ଯେଉଁ ମୃତ୍ତିକାପାତ୍ର ଛୁଇଁବ, ତାହା ଭଙ୍ଗାଯିବ ଓ ସମସ୍ତ କାଷ୍ଠ ପାତ୍ର ଜଳରେ ଧୁଆଯିବ।
13ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।
14ପୁଣି, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆସି ଯାଜକର ହସ୍ତରେ ସେମାନଙ୍କୁ ସମର୍ପଣ କରିବ।
15ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମ ବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ତାହାର ପ୍ରମେହ ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
16ଆଉ, ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ଆପଣା ସମସ୍ତ ଶରୀର ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Read ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15
Compare ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15:11-16ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15:11-16